Compartir
Muthae Akshyara
Manasi Goswami
(Autor)
·
Black Eagle Books
· Tapa Blanda
Muthae Akshyara - Goswami, Manasi
Sin Stock
Te enviaremos un correo cuando el libro vuelva a estar disponible
Reseña del libro "Muthae Akshyara"
କିଛି ଗଳ୍ପ ପଢ଼ିଲେ ସେ ଗଳ୍ପର କାହାଣୀ ସହ ମଣିଷ ନିଜକୁ ଯୋଡ଼ି ପାରେ । ଲାଗେ, ଗପଟି ସତେ ଯେମିତି ତା'ର ଅଙ୍ଗେ ନିଭାଇଥିବା କଥା ବଖାଣୁଛି । ଅଭିଜ୍ଞତା, ଅନୁଭୂତି ସହ ନିଜସ୍ୱ ବୌଦ୍ଧିକ ବିଚାରକୁ ଯଥୋଚିତ ସ୍ୱୀକୃତି ଦେଇ ସୃଷ୍ଟି କରାଯାଉଥିବା ଗଳ୍ପ ଖୁବ୍ ବାସ୍ତବଧର୍ମୀ ହୋଇଥାଏ । ଏଭଳି ଗପ ମନକୁ ଛୁଏଁ ଏବଂ ଗପଟି ପଢ଼ିସାରିଲା ପରେ ବି ଅନେକ ଦିନ ଧରି ଏହାର ସାରମର୍ମ ହୃଦୟକୁ ଛୁଇଁ ଚାଲିଥାଏ । ବିଦ୍ୟାଳୟ ଶବ୍ଦଟି ଏଭଳି ଏକ ଆଦର ଓ ଆବେଗର ଶବ୍ଦ ଯେ ଏଥି ସହ ସବୁ ବର୍ଗ, ବୟସ, ଜାତି, ଭାଷା ଓ ଶ୍ରେଣୀର ଲୋକେ ହୃଦୟର ସହ ଯୋଡ଼ି ହୋଇଥା'ନ୍ତି । ବିଦ୍ୟାଳୟଟିଏ ଅନେକ କାହାଣୀର ମୂକସାକ୍ଷୀ । ଗୋଟିଏ ପଟେ କୃତିତ୍ୱ, ଖ୍ୟାତି, ପ୍ରଶଂସା ଓ ସମ୍ମାନର ଜୟ ଜୟକାରରେ ଗର୍ବିତ ବିଦ୍ୟାଳୟ, ଅନ୍ୟପଟେ ଅନେକ ଅକୁହା ବେଦନା, କ୍ଷୋଭ, ଅପ୍ରାପ୍ତି, ନିନ୍ଦା ଓ ପରାଜୟର ସଜଳ ଶ୍ଳୋକକୁ ତା' ହୃଦୟରେ ନୀରବରେ ବହନ କରି ଚାଲିଥାଏ । ଏହି ଅନୁଷ୍ଠାନଟି ସହ ପୁରା ସମାଜ ସହଭାଗୀ । ତେଣୁ ବିଦ୍ୟାଳୟର ଆତ୍ମକଥା, ସାମାଜିକ ଚିନ୍ତା ଓ ଚେତନାର ସମୟୋଚିତ ପ୍ରତିଫଳନ । ନିଜକୁ ଚରିତ୍ର ହିସାବରେ ଗଳ୍ପ ଭିତରେ ରଖି କିଛି ଅଭିଜ୍ଞତା ଓ ଅନୁଭବ ସହିତ ନିଜସ୍ୱ ବୌଦ୍ଧିକ ଚିନ୍ତନ ଶକ୍ତିକୁ ଉପଯୋଗ କରି କାହାଣୀ ଗୁଡ଼ିକୁ ଗଢ଼ି ତୋଳିଛି । ଏଭଳି ଶୈଳୀଟିର ନିଆରା ସ୍ୱଚ୍ଛନ୍ଦତା ରହିଛି । ତେଣୁ ଗଳ୍ପଗୁଡ଼ିକ ପାଠକ/ ପାଠିକାମାନଙ୍କ ପାଇଁ ସୁଖପାଠ୍ୟ ହେବ ବୋଲି ଆଶା କରେ ।
- 0% (0)
- 0% (0)
- 0% (0)
- 0% (0)
- 0% (0)
Todos los libros de nuestro catálogo son Originales.
El libro está escrito en Oriya .
La encuadernación de esta edición es Tapa Blanda.
✓ Producto agregado correctamente al carro, Ir a Pagar.